ନ୍ୟୁଜ ଡେକ୍ସ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ, ଆସନ୍ତାକାଲି ୨୭ ମେରେ ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଅଛି। ଏହା ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ, ଯାହା ମୌସୁମୀକୁ ଆହୁରି ଶକ୍ତିଶାଳୀ କରିବ।ତେବେ ବାତ୍ୟା ନେଇ ଆଇଏମ୍ଡି କୌଣସି ପୂର୍ବାନୁମାନ କରିନି।
କିନ୍ତୁ ସୋସିଆଲ ମିଡିଆରେ ବାତ୍ୟା ହେବା ନେଇ ଅନେକ ଗୁଜବ ବୁଲୁଛି। ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି ।ମୌସୁମୀ ପହଞ୍ଚିବାରେ କିଛି ସମୟ ଲାଗିବ । ମୌସୁମୀ ଏବେ କେରଳ ଛୁଇଁବା ପରେ ଆଗକୁ ବଢୁଛି। ଦକ୍ଷିଣ ଭାରତ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମୌସୁମୀ ପହଞ୍ଚିବା ପରେ ଓଡ଼ିଶା ଆସିବ। ଏନେଇ ଆଗକୁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ତେବେ ଆସନ୍ତା ୩ଦିନରେ ମୁମ୍ବାଇ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର କିଛି ସ୍ଥାନକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି ।
ଅନ୍ୟପକ୍ଷରେ, NCEP GFS ମଡେଲ ଏକ ଭିନ୍ନ ସମ୍ଭାବନା ଦେଖାଉଛି। ଏହା ଅନୁସାରେ, ୨୬ ମେରେ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ ଏବଂ ୨୭ ମେରେ ଏକ ଘୂର୍ଣ୍ଣିଝଡ଼ (ଡିପ୍ରେସନ) ସୃଷ୍ଟି ହୋଇପାରେ। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୯ ମେରେ ବାଂଲାଦେଶ ଉପକୂଳରେ ଏକ ଗଭୀର ଘୂର୍ଣ୍ଣିଝଡ଼ ସୃଷ୍ଟିହେବ।
