ନ୍ୟୁଜ ଡେସ୍କ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍।
ଫଳରେ ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ବୋଲି ଆଜି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଶୀତର ପ୍ରଭାବ କିପରି ରହିବ ସେନେଇ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏଲିନୋ ସକ୍ରିୟ ନାହିଁ ଲାନିନା ସକ୍ରିୟ ରହିଛି । ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍ ଏଲିନୋ କଣ୍ଡିସନ୍ ଚାଲିଛି । ଲାନିନା ସକ୍ରିୟ ହେଲେ ଉତ୍ତର ଭାରତରେ ଶୀତର ପ୍ରଭାବ ବଢିବ । ତେଣୁ ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।