Sat. Feb 21st, 2026

ନ୍ୟୁଜ ଡେକ୍ସ :ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌କୁ ନେଇ ରାଜନୈତିକ ତାପମାତ୍ରା ବଢ଼ିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ Mohan Charan Majhi ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାବେଳେ ବିରୋଧୀ ଦଳ ଏହାକୁ କଟାକ୍ଷ କରିଛି।ବିରୋଧୀ ଦଳ ନେତା Naveen Patnaik ବଜେଟ୍‌କୁ ରୋଷେଇଘର ସହ ତୁଳନା କରି କହିଛନ୍ତି, “ଏହି ବଜେଟ୍ ବିଷୟରେ ମୁଁ କ’ଣ କହିବି? ଏହା ମୋତେ ଏମିତି ଲାଗୁଛି ଯେମିତି ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’।”

ତାଙ୍କ କହିବା ଅନୁସାରେ ବଜେଟ୍‌ରେ ଘୋଷଣା ବହୁତ ଅଛି, କିନ୍ତୁ ତାହା ପାଇଁ ପ୍ରୟାପ୍ତ ବ୍ୟବସ୍ଥା ନାହିଁ।ସେହିପରି ବିଜେଡି ବିଧାୟକ Arun Sahu ମଧ୍ୟ କଟୁ ଭାଷାରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଖାଦ୍ୟ ସାରଣୀ ଅଛି କିନ୍ତୁ ରୋଷେଇଘରେ କିଛି ନାହିଁ। ଏମାନଙ୍କ ପାଖରେ ରାତି ବଡ଼। ରାତି ପାହିଲେ ମଧ୍ୟ ସ୍ୱପ୍ନ ସରିବ ନାହିଁ। ଋଣ କରି ବଜେଟ୍ ଆକାର ବଢ଼ାଇଛନ୍ତି।

ହାତୀ ଭଳିଆ ବଜେଟ୍, ପିମ୍ପୁଡ଼ି ଭଳି ଖର୍ଚ୍ଚ କରୁଛନ୍ତି।” ବଜେଟ୍‌କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଏପରି ମୁଖାମୁଖି ପରିସ୍ଥିତିରେ ଆଗାମୀ ଦିନରେ ବିଧାନସଭାରେ ଚର୍ଚ୍ଚା ଅଧିକ ତିବ୍ର ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *