Thu. Oct 23rd, 2025

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଜ ବାହାଳ ଗ୍ରାମରେ ବଜ୍ରାଘାତରେ ଶାଶୁ,ବୋହୂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ମୃତକ ହେଲେ ରୁକ୍ମଣୀ ନାୟକ(ଶାଶୁ) ଓ ଲବଣୀ ନାୟକ (ବୋହୂ )।

ବିଲରେ କାମ କରୁଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଥିଲେ । ଏହି ଘଟଣା ପରେ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ସୂଚନାମୁତାବକ, ଆଜି ପ୍ରାୟ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ ଥିବା ଭେଣ୍ଡିଆନାଳୀ ନିଜ ଚାଷ ଜମିରେ ଶାଶୂ ଓ ବୋହୂ କାମ କରୁଥିଲେ । ସେତେବେଳେ ବଜ୍ରାଘାତ ହୋଇଥିଲା ଓ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *