Thu. Oct 23rd, 2025

ନ୍ୟୁଜ ଡେକ୍ସ : ଐତିହାସିକ ବାଲିଯାତ୍ରା–୨୦୨୫ରେ ଷ୍ଟଲ ଖୋଲିବାକୁ ଇଚ୍ଛୁକ ବ୍ୟବସାୟୀ ଓ ସଂସ୍ଥାଗୁଡ଼ିକ ପାଇଁ ଖୁସିର ଖବର। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲଟ ଆବଣ୍ଟନ ପଞ୍ଜୀକରଣର ଅବଧି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ରୁ ମିଳିଥିବା ସୂଚନା ଅନୁଯାୟୀ, କଟକରେ କର୍ଫ୍ୟୁ ଏବଂ ଇଣ୍ଟରନେଟ ବନ୍ଦ ଥିବାରୁ ଅନେକ ବ୍ୟବସାୟୀ ପଞ୍ଜୀକରଣ କରିପାରିନଥିଲେ। ସେହି କାରଣରୁ ପ୍ରଶାସନ ଏହି ସୁବିଧା ଦେଇ ଅବଧି ବଢ଼ାଇଛି।

ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ଅନୁଷ୍ଠାନ ତଥା ବ୍ୟବସାୟୀ www.baliyatra.net ୱେବ୍‌ସାଇଟରେ ପଞ୍ଜୀକରଣ କରିପାରିବେ ।ଯଥାଶୀଘ୍ର ପଞ୍ଜୀକରଣ କରାଇନେବକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜୀକରଣ ଜାରି ରହିଛି । ବାରବାଟୀ ପ୍ୟାଲେସ ଠାରେ ଦୈନିକ ସକାଳ ୧୦ଟାରୁ ସଂଧ୍ୟା ୫ଘଟା ୩୦ ଯାଏଁ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ ।

ସେହିପରି ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ଅବଧିକୁ ‘ଡ୍ରୋନ୍ ମୁକ୍ତ ଅଞ୍ଚଳ’ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ନଭେମ୍ବର ୧ ତାରିଖ ଠାରୁ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳ ଡ୍ରୋନ୍ ମୁକ୍ତ ରହିବ । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ହେବାକୁ ଯାଉଛି ବାଲିଯାତ୍ରା ।

Leave a Reply

Your email address will not be published. Required fields are marked *