ନ୍ୟୁଜ ଡେକ୍ସ : ରାଜ୍ୟରେ ମାଓବାଦ ମୂଳୁକୁ ନିମୂଳ କରିବା ଦିଗରେ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମାଓବାଦୀଙ୍କୁ ମୁଖ୍ୟଧାରାକୁ ଆଣିବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ ରାଶିକୁ ସରକାର ବ୍ୟାପକ ଭାବେ ବୃଦ୍ଧି କରିଛନ୍ତି। ନୂଆ ନୀତି ଅନୁସାରେ, ଅସ୍ତ୍ର ସହ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୋଟା ରାଶିର ପୁରସ୍କାର ଦେବାକୁ ସିଧାନ୍ତ ନିଆଯାଇଛି।
ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା । ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା । SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା । ୧୦ ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା । ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।
ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ । ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା । ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ୍ କମିଟି ସଦସ୍ୟଙ୍କ ୨୭.୫ ଲକ୍ଷ ଟଙ୍କା ମିଳିବ । ଡିଭିଜନାଲ୍ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ ଲକ୍ଷ ଟଙ୍କା ।

