Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଢ଼ିଲା ସାଂସଦଙ୍କ ଦରମା। ସୋମବାର କେନ୍ଦ୍ର ସରକାର ସାଂସଦଙ୍କ ଦରମା ଏବଂ ଭତ୍ତାରେ ବୃଦ୍ଧି କରିଛନ୍ତି। ସାଂସଦଙ୍କ ଦରମାରେ ୨୪ ହଜାର ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍ ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ସେହିଭଳି ସାଂସଦଙ୍କ ‘ଡିଏ’କୁ ମଧ୍ୟ ୨ ହଜାରରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଖାଲି ସେତିକି ନୁହେଁ ପୂର୍ବତନ ସାଂସଦଙ୍କ ପେନସନକୁ ବି ୩୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯେଉଁଥିରେ ସାଂସଦମାନଙ୍କର ମାସିକ ଦରମା ପୂର୍ବରୁ ପ୍ରତି ମାସରେ ଲକ୍ଷେ ଟଙ୍କା ଥିବା ବେଳେ ଏବେ ଏହାକୁ ୧ ଲକ୍ଷ ୨୪ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ଦୈନିକ ଭତ୍ତା ପୂର୍ବରୁ ୨୦୦୦ ଥିବା ବେଳେ ତାକୁ ବର୍ତ୍ତମାନ ୨୫୦୦ କରାଯାଇଛି । ପୂର୍ବତନ ସାଂସଦମାନଙ୍କ ପେନସନ୍ ୨୫ ହଜାରରୁ ୩୧ ହଜାରକୁ ବୃଦ୍ଧି କରାଯାଇଛି । ଏଥିସହିତ ପାଞ୍ଚ ବର୍ଷରୁ ଅଧିକ ସେବା ଦେଇଥିବା ସାଂସଦ ପ୍ରତ୍ୟେକ ବର୍ଷ ନିମନ୍ତେ ଅତିରିକ୍ତ ପେନସନ୍ ପାଇଁ ପ୍ରମତିମାସରେ ୨୦୦୦ ପାଉଥିବା ବେଳେ ଏଣିକି ୨୫୦୦ ପାଇବେ ।

ଏଥିସହିତ ସାଂସଦମାନେ ଦରମା ବ୍ୟତୀତ ଅନେକ ସୁବିଧାସୁଯୋଗ ମଧ୍ୟ ପାଇଥାନ୍ତି । ଯେଉଁଥିରେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ । ଏଥିରେ ପତ୍ନୀଙ୍କ ପାଇଁ ଅନେକ ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ୍ ଯାତ୍ରା ଏବଂ ସଂସଦ ଅଧିବେଶନରେ ବାର୍ଷିକ ଘରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଠଟି ବିମାନ ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ । ଜଣେ ସାଂସଦଙ୍କୁ ୫୦ ହଜାର ୟୁନିଟ୍ ମାଗଣା ବିଦ୍ୟୁତ୍, ୧ ଲକ୍ଷ ୭୦ ହଜାର ମାଗଣା କଲ୍, ୪୦ ଲକ୍ଷ ଲିଟର ପାଣି ଏବଂ ଏକ ସରକାରୀ ବଙ୍ଗଳା ମିଳିଥାଏ ।

Leave a Reply

Your email address will not be published. Required fields are marked *