Thu. Oct 23rd, 2025

ନ୍ୟୁଜ ଡେକ୍ସ: ଟିକେ କମିଲା ପୁଣି ବଢିବ ଶୀତ । ଖସିବ ରାତି ତାପମାତ୍ର । କମବ୍ୟାକ କରିବ ଶୀତ । ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ଖସିବ । ୨ରୁ ୩ ଡିଗ୍ରୀ ଖସିବ ତାପମାତ୍ରା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ବୁଧବାର ପାଇଁ କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । ୧୭ ତାରିଖଠାରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ସୋମବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ଥିଲା । ଫୁଲବାଣୀରେ ୧୧.୫, ରାଉରକେଲାରେ୧୧.୭, ଭଦ୍ରକରେ ୧୨, ଝାରସୁଗୁଡ଼ାରେ ୧୨.୨, କୋରାପୁଟରେ ୧୨.୪, ଯାଜପୁରରେ ୧୨.୬, ଅନୁଗୁଳ ଓ ନୂଆପଡ଼ାରେ ୧୩ ଓ ସୁନ୍ଦରଗଡ଼ରେ ପାରଦ ୧୩.୨ ଡିଗ୍ରୀ ଥିଲା ।

Leave a Reply

Your email address will not be published. Required fields are marked *