Thu. Oct 23rd, 2025

ନ୍ୟୁଜ ଡେକ୍ସ : ବଢିଲା ଓଡ଼ିଶା ଯାତ୍ରୀ ଆପ୍ର ପରିସର । ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ଓଡ଼ିଶା ଯାତ୍ରୀ ଆପ୍ର ପରିସରକୁ ବୃଦ୍ଧି କରିଛି। ଏଣିକି ଓଡ଼ିଶା ଯାତ୍ରୀ ଆପ୍ରେ ‘ଆମ ବସ୍’ ଏବଂ ଚିଲିକାରେ ବୋଟିଂ ପାଇଁ ଟିକେଟ ବୁକିଂ କରିହେବ । ସାତପଡ଼ାରୁ ଚିଲିକା ଯିବା ପାଇଁ ହେଉଥିବା ବୋଟିଂ ଟିକେଟ ବୁକିଂ ଏହି ଆପ୍ ମାଧ୍ୟମରେ ହୋଇପାରିବ ।

ରାଜ୍ୟ ସରକାରଙ୍କ ଆମ ବସ୍‌ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍‌ରେ ଯାତାୟାତ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ବିନା କୌଣସି ବାଧାରେ ଟିକେଟ୍‌ ବୁକିଂ କରି ସୁରକ୍ଷିତ ଏବଂ ଆରାମଦାୟକ ବସ୍‌ ଯାତ୍ରାର ଲାଭ ପାଇପାରିବେ । ଅନୁରୂପ ଭାବେ ଚିଲିକା ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ସାତପଡ଼ା ଠାରେ ସେମାନଙ୍କ ସୁବିଧା ମୁତାବକ ବୋଟିଂ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ଟିକେଟ୍‌ ବୁକିଂ କରି ଡିଜିଟାଲ ଟିକେଟ୍‌ ପାଇପାରିବେ । ବୋଟିଂ ଆରମ୍ଭ ପୂର୍ବରୁ ଏହି ଡିଜିଟାଲ ଟିକେଟ ଯାଞ୍ଚ କରାଯାଇ ଯାତ୍ରା ନିମନ୍ତେ ଅନୁମତି ଦିଆଯିବ । ସମସ୍ତ ଆଣ୍ଡରୋଏଡ୍‌ ପ୍ଳାଟଫର୍ମରେ ଏହି ଆପ୍‌ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍‌ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ ।

ଏହା ସହିତ ଯାତ୍ରୀଙ୍କ ମତାମତକୁ ଭିତ୍ତିକରି ଟିକେଟ୍‌ ବୁକିଂ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକ ସୁଧାର ଅଣାଯିବ ।ଓଡ଼ିଶା ଯାତ୍ରୀ କେବଳ ଏକ ଡିଜିଟାଲ ସେବା ନୁହଁ, ଯାତ୍ରୀଙ୍କୁ ସାର୍ବଜନୀନ, ଟେକ୍ନୋଲୋଜି ଭିତ୍ତିକ, ତ୍ରୁଟିଶୂନ୍ୟ ସେବା ଯୋଗାଇ ଦେବାର ସଂକଳ୍ପ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ଏହି ଡିଜିଟାଲ ପ୍ଳାଟଫର୍ମ ସହାୟତାରେ ବସ୍‌ ସେବା ଏବଂ ବୋଟିଂ ଗୋଟିଏ କ୍ଳକ୍‌ରେ ଉପଲବ୍ଧ ହୋଇପାରିବ ।

Leave a Reply

Your email address will not be published. Required fields are marked *