Sat. Feb 21st, 2026

ନ୍ୟୁଜ ଡେକ୍ସ: ବଢିଲା ଓମ୍ଫେଡ୍ କ୍ଷୀରର ଦାମ୍। ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ।ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଓମଫେଡ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି ।

ଗତ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୋଲ୍ଡ କ୍ଷୀରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଛି। ତେବେ ସଂଶୋଧିତ ଦର ଅନୁସାରେ, ୧ ଲିଟର ଟୋନଡ କ୍ଷୀରର ପ୍ୟାକେଟ ଏବେ ୫୦ ଟଙ୍କା, ପ୍ରିମିୟମ୍ କ୍ଷୀର ୫୪ ଟଙ୍କା ଏବଂ ଗୋଲ୍ଡ କ୍ଷୀରର ଦାମ୍ ୫୬ ଟଙ୍କା ହେବ।

ବର୍ଦ୍ଧିତ ମୂଲ୍ୟ ଟ୍ୟାଗ୍ ସହିତ ଶନିବାର ବଜାରକୁ ଆସିଥିଲା। ତେବେ ଶେଷ ଥର ପାଇଁ ଓମଫେଡ ପକ୍ଷରୁ ଏପ୍ରିଲ୍ ୧, ୨୦୨୩ରେ କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *