ନ୍ୟୁଜ ଡେକ୍ସ: ଏସଓଜି ଯବାନଙ୍କ ସ୍ୱତନ୍ତ୍ର ଭତ୍ତା ବଢ଼ାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ଏସଓଜି (ସ୍ପେିସିଆଲ ଅପରେଶନ୍ସ ଗ୍ରୁପ୍) ଯବାନଙ୍କୁ ସ୍ୱତନ୍ତ୍ର ଭତ୍ତା ବା ରିସ୍କ ଆଲାଉନ୍ସ ବଢ଼ାଇଛନ୍ତି ରାଜ୍ୟ ସରକାର । ଯବାନମାନଙ୍କୁ ରିସ୍କ ଆଲାଉନ୍ସ ବାବଦକୁ ମିଳୁଥିବା ୮୦୦୦ ଟଙ୍କାକୁ ବଢ଼ାଇ ୨୫ ହଜାର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଆଗାମୀ ଦିନରେ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯବାନଙ୍କ ସ୍ବତନ୍ତ୍ର ଭତ୍ତାରେ ବୃଦ୍ଧି ନିହାତି ଭାବେ ସେମାନଙ୍କର ମନୋବଳ ବଢାଇବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଭତ୍ତା ବଢାଯିବା ନେଇ ଘୋଷଣା କରାଯାଇଛି। ଯେଉଁ ଯବାନ ମାନେ ଜୀବନକୁ ବାଜି ଲଗାଇ ଶତ୍ରୁଙ୍କ ମୁକାବିଲା କରନ୍ତି ସେମାନଙ୍କ ପ୍ରତି ଅଧିକ ସମ୍ମାନ ଦେଖାଇଛନ୍ତି ରାଜ୍ୟ ସରକାର ।
ଗତକାଲି ଓଡ଼ିଶା, ଛତିଶଗଡ଼ ପକ୍ଷରୁ ସିଆରପିଏଫ୍ ଫୋର୍ସ ମିଳିତ ଅପରେଶରରେ ୧୪ ମାଓବାଦୀଙ୍କୁ ନିପାତ କରାଯାଇଛି । ଯେଉଁଥିରେ ଓଡ଼ିଶା ଏସଓଜି ଯବାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।ଏହି ବଡ଼ ସଫପଳତା ପାଇଁ ମୁଖ୍ୟମନ୍ତ୍ରୀ ଯବାନମାନଙ୍କୁ ଶଉଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ପୋଲିସ ସୂଚନା ଅନୁସାରେ ଏହି ଗୁରୁତ୍ୱପୂର୍ଣ୍ଣ ଅପରେଶନରେ ପାଖାପାଖି ୭୫ ଏସଓଜି ଯବାନ ସାମିଲ ହୋଇଥିଲେ ।
