Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ରାଜଭବନର ନାମ ପରିବର୍ତ୍ତନ କରି ‘ଲୋକଭବନ’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଆଧାରରେ ଏହି ସମ୍ବନ୍ଧରେ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସୋମବାର (ଡିସେମ୍ବର ୧, ୨୦୨୫) ଠାରୁ ସମସ୍ତ ସରକାରୀ ଉଦ୍ଦେଶ୍ୟ ପାଇଁ ଭୁବନେଶ୍ୱର ରାଜଭବନ ଏବଂ ପୁରୀ ରାଜଭବନକୁ ଯଥାକ୍ରମେ ଭୁବନେଶ୍ୱର ଲୋକଭବନ ଏବଂ ପୁରୀ ଲୋକଭବନ ଭାବରେ ନାମିତ କରାଯାଇଛି।

ରାଜ୍ୟପାଳ ହରି ବାବୁ କମ୍ଭମପତି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଆଧାରରେ ନାମ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *