Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଉ ନା ଶୁଭିବ ସାଇବର ସଚେତନତା କଲର ଟ୍ୟୁନ ନା ଶୁଭିବ ଅଭିତାଭ ବଚ୍ଚନଙ୍କ ସ୍ବର । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରେ ସାଇବର ଅପରାଧ ସଚେତନତା ପାଇଁ ବଜାଯାଉଥିବା କଲର ଟ୍ୟୁନ୍କୁ ସରକାର ତୁରନ୍ତ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ମୋବାଇଲ୍ କଲ୍ ପୂର୍ବରୁ ୪୦ ସେକେଣ୍ଡ ପାଇଁ ବାଜୁଥିବା ଏହି କଲର ଟ୍ୟୁନ୍ ଏବେ ଗ୍ରାହକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି।

ଜନସାଧାରଣଙ୍କ ଅଭିଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିଳମ୍ବକୁ ଧ୍ୟାନରେ ରଖି ଯୋଗାଯୋଗ ମନ୍ତ୍ରଣାଳୟ ଏହି ବଡ଼ ପଦକ୍ଷେପ ନେଇଛି। ଯାହା ଗୁରୁବାର ଠାରୁ ଲାଗୁ ହୋଇଛି ।ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍‌ କମ୍ପାନୀମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିଲାଗି ଅମିତାଭଙ୍କ ଦମ୍‌ଦାର ସ୍ବରକୁ ବ୍ୟବହାର କରାଯାଇଥିଲା। ସେଥିରେ ସେ ବ୍ୟବହାରକାରୀଙ୍କୁ ନକଲି କଲ୍‌ ଏବଂ ଅନ୍‌ଲାଇନ୍‌ ଫ୍ରଡ୍‌ରୁ ରକ୍ଷା ପାଇବାକୁ କହୁଥିଲେ।ମହତ୍‌ ଉଦ୍ଦେଶ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା, ହେଲେ ଏହା ଲୋକଙ୍କ ଅସୁବିଧାର କାରଣ ପାଲଟିଥିଲା। କାରଣ କୌଣସି ଏମରଜେନ୍ସିଂ ସମୟରେ ଏହା ପସନ୍ଦ ଆସୁ ନ ଥିଲା। ୪୦ ସେକେଣ୍ଡ ଲମ୍ବା ଏହି କଲର ଟ୍ୟୁନକୁ ବାରମ୍ବାର ଶୁଣି ଲୋକେ ଅସୁବିଧା ମନେ କରୁଥିଲେ। ସୋସିଆଲ ମିଡିଆରେ ଏହାର ଆଲୋଚନା କରାଯାଉଥିଲା। ଯାହାକୁ ବିଚାର କରି ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି। ଲୋକଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟ ଯଦି ଅସୁବିଧା କରୁଛି ତେବେ ଏହା ଉପରେ ସରକାର ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *