Sun. Feb 22nd, 2026

ନ୍ୟୁଜ ଡେସ୍କ: ଶୀତ ଋତୁ ପାଇଁ ବନ୍ଦ ହେଲା କେଦାରନାଥ ଧାମ । ଆଜିଠୁ ୬ ମାସ ଯାଏଁ ମନ୍ଦିରରେ ବାବାଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଆଜି ସକାଳ ସାଢେ ୮ଟା ସମୟରେ କେଦାରନାଥ ଧାମର କପାଟ ବନ୍ଦ ହୋଇଛି । ଏକ ବିରାଟ ପଟୁଆରରେ ବାବାଙ୍କ ବିଗ୍ରହକୁ ଓମ୍ କାରେଶ୍ୱର ମନ୍ଦିରକୁ ଅଣାଯାଇଛି । ଏଠାରେ ଶୀତ ୬ ମାସ କାଳ ଭକ୍ତଙ୍କୁ ଦର୍ଶନ ଦେବେ ବାବା ।

ଏଥିନିମନ୍ତେ ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।ପ୍ରତିବର୍ଷ ଭୟା ଦୁଜ ଦିନରେ ହିଁ କେଦାରନାଥ କପାଟକୁ ବନ୍ଦ କରାଯାଇଥାଏ। ଏହି ସମୟରେ କେଦାରନାଥ ପୀଠରେ ପୂଜା ପାଉଥିବା ପଞ୍ଚମୁଖି ମୂର୍ତ୍ତିର ଚଳନ୍ତି ପ୍ରତିମାକୁ ଦୋଳିରେ ବିରାଜମାନ କରାଯାଇ ଓଁକାରେଶ୍ୱର ମନ୍ଦିର ନିଆ ଯାଇଥାଏ।

ଆଜି ଚଳନ୍ତି ପ୍ରତିମା ଗୌରିକୁଣ୍ଡ, ସୋନପ୍ରୟାଗ ହୋଇ ରାମପୁରରେ ପହଞ୍ଚିବ ।ଆସନ୍ତା ୫ ତାରିଖରେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ ହେବେ ପ୍ରଭୁ କେଦାରନାଥ । ଏହାପରେ ପୂରା ଶୀତ ଦିନରେ ସେଠାରେ ହିଁ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ। ଚଳିତ ବର୍ଷ ବାବା କେଦାରନାଥଙ୍କ ଦର୍ଶନ ନିମନ୍ତେ ୧୬ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଆଗମନ ହୋଇଥିଲା।

Leave a Reply

Your email address will not be published. Required fields are marked *