Thu. Oct 23rd, 2025

ନ୍ୟୁଜ ଡେକ୍ସ: ବନ୍ୟା ସ୍ଥିତି ପୁରା ନିୟନ୍ତ୍ରଣରେ ରହିଛି । ହେଲେ ଆଗକୁ ଆଉ ଗୋଟେ ଲଘୁଚାପ ଆସୁଛି। ତାହା ବିପଦ ଆଣିପାରେ । ସୂବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ହେଲେ ବୁଢାବଳଙ୍ଗ ଓ ଜଳକାରେ କମୁଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତର ଓଡ଼ିଶାରେ ଥିବା ଲଗାଣ ବର୍ଷା ଲାଗି ଜଳସ୍ତର ବଢୁଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏପରିକି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଏଥିସହ ଆସନ୍ତା ୭ ଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ ପାଣି ଓଡ଼ିଶା ଆସୁଛି। ଏନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି। ହେଲେ ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର କମୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦର ଭୋଗରାଇ, ଜଳେଶ୍ବରରେ ମଧ୍ୟ ପାଣି ପଶିଛି। ଏନେଇ ଆଗାମୀ ୭ ଦିନ ଯାଏ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି।ତେବେ ଲଗାଣ ବର୍ଷାରେ ୨୫ ଘର ନଷ୍ଟ ହୋଇଛି। ଦୁଇଟି ମେଡିକାଲ ଓ ଦୁଇଟି ଭେଟେନାରୀ ଟିମ ମହାଜୁଦ ଅଛନ୍ତି। ମୟୁରଭଞ୍ଜରେ ୫୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାକି ୭୭ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି ।୪୪ଟି ମାଗଣା ରୋଷେଇ ଘର ଖୋଲା ଯାଇଛି ।

ଓଡ୍ରାଫର ୭ ୟୁନିଟ, ଅଗ୍ନିଶମ ୭ ୟୁନିଟ ମୁତୟନ ଅଛନ୍ତି. ବାଲେଶ୍ୱର ଜିଲ୍ଲାରେ ୧୧୩୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୫ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି ।୬ଟି ମାଗଣା ରୋଷେଇ ଘର ଖୋଲାଯାଇଛି । ୪ ଓଡ୍ରାଫ ଓ ୮ ଅଗ୍ନିଶମ ୟୁନିଟ ମୁତୟନ ଅଛନ୍ତି । ଆଉ ଦୁଇ ଓଡ୍ରାଫ ୟୁନିଟ ଆଜି ବାଲେଶ୍ୱର ପହଞ୍ଚିବେ । ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର ୭ଟି ଲେଖାଏଁ ବ୍ଲକ ସହ ସମୁଦାୟ ୧୪ ବ୍ଲକ ପ୍ରଭାବିତ ହୋଇଛି ।କେନ୍ଦ୍ରାଞ୍ଚଳ RDC ବାଲେଶ୍ୱରରେ ଅଛନ୍ତି. ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କାମ କରି ଅଭିଜ୍ଞତା ଥିବା ଅଧିକାରୀଙ୍କୁ କ୍ଷେତ୍ର ଅଞ୍ଚଳ ପଠାଯାଇଛି।

Leave a Reply

Your email address will not be published. Required fields are marked *