Sat. Feb 21st, 2026

ନ୍ୟୁଜ ଡେକ୍ସ : ବରଗଡ଼ ଜିଲ୍ଲାରେ ମାଦକ ଦ୍ରବ୍ୟ ବ୍ୟବସାୟ ବିରୋଧରେ ପୋଲିସର ଅଭିଯାନ ଜୋରଦାର ହୋଇଛି। ଏହି କ୍ରମରେ ଶନିବାର ବରଗଡ଼ ଟାଉନ ଥାନା ପୋଲିସ ବିପୁଳ ପରିମାଣର କଫ୍‌ ସିରପ୍‌ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯାନ ସମୟରେ ପୋଲିସ ୧୩୦ ବୋତଲ କଫ୍‌ ସିରପ୍‌, ୨ ଷ୍ଟ୍ରିପ୍‌ ନିଶା ବଟିକା, ଦୁଇଟି ମୋଟରସାଇକେଲ, ଗୋଟିଏ ଅଟୋ, ନଗଦ ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରିଛି।

ପୋଲିସ ସୂତ୍ର ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ବରଗଡ଼ ଟାଉନ ଥାନା ପୋଲିସ ଏକ ଟିମ୍‌ ଗଠନ କରି ଚଢ଼ାଉ କରିଥିଲା। ଏହି ଅପରେସନରେ ସତ୍ୟବାନ ପ୍ରଧାନ, ବିକ୍ରମ ପ୍ରଧାନ, ଦିଲ୍ଲୀପ ବାଦୀ, ସୁରଜ ନାଗ, ସନ୍ତୋଷ କୁମାର ପଣ୍ଡା ଏବଂ ଅନିଲ ମହାନନ୍ଦଙ୍କୁ ଗିରଫ କରାଯାଇଛି।ତାଙ୍କ ପାଖରୁ ୧୩୦ ବୋତଲ କଫ୍‌ ସିରପ୍‌, ୨ ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ପଲସର୍‌ ବାଇକ୍‌, ଗୋଟିଏ ହୋଣ୍ଡା ଲିଭୋ ବାଇକ୍‌, ଗୋଟିଏ ଅଟୋ, ନଗଦ ୧୮୧୦ ଟଙ୍କା ଓ ୫ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

ଏହା ପୂର୍ବରୁ, ଗତ ୨୧ ତାରିଖରେ ବରଗଡ଼ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ୍‌ ସିରପ୍‌ ଜବତ କରି ୬ ଜଣଙ୍କୁ ଗିରଫ କରିଥିଲା ଏବଂ ୨ ନାବାଳକଙ୍କୁ ଅଟକ ରଖିଥିଲା। ଏହାରୁ ସ୍ପଷ୍ଟ ହେଉଛି ଯେ, ବରଗଡ଼ ଜିଲ୍ଲାରେ ମାଦକ ଚକ୍ର ସକ୍ରିୟ ଥିବାର ସନ୍ଦେହ ଅଧିକ ଗଭୀର ହୋଇଛି।ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଏହି ମାଦକ ନେଟୱାର୍କ ପଛରେ ଥିବା ମୁଖ୍ୟ ସରଘଣ୍ଟାକୁ ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।

Leave a Reply

Your email address will not be published. Required fields are marked *