ନ୍ୟୁଜ ଡେକ୍ସ : ବରଗଡ଼ରେ ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ । ବୁର୍ଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ନାବାଳିକାଙ୍କ ଜୀବନ । ସୋମବାର ସକାଳେ ନାବାଳିକା ଜଣକ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ କଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।ସୂଚନାଥାଉକି,ଛାତ୍ରୀ ଜଣକ ମାମୁ ଘରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ସକାଳୁ ମାମୁଁ ଘର ନିକଟରେ ଥିବା ଏକ ଖେଳ ପଡ଼ିଆରୁ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ପୋଲିସ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ହସପିଟାଲ ନିଆଯାଇଥିଲା ।ଅନ୍ୟପଟେ ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ପୋଲିସ ତତ୍ପରତା ଦେଖାଇଛି । ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍ ଗଠନ ହୋଇଛି । ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ.ଜି ସୂଚନା ଦେଇଛନ୍ତି ।
