ନ୍ୟୁଜ ଡେକ୍ସ : ବିଶ୍ୱବିଖ୍ୟାତ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ମହାଉତ୍ସବ ଆସନ୍ତା ବର୍ଷ ଜାନୁଆରୀ ୩, ୨୦୨୬ ପର୍ଯ୍ୟନ୍ତ ଚାଲିବ।ଧନୁଯାତ୍ରା ମହୋତ୍ସବ ଓଡ଼ିଶାର ସାଂସ୍କୃତିକ ପରିଚୟର ଏକ ଜିବନ୍ତ ଉଦାହରଣ ଭାବେ ପରିଚିତ। ଏହି ମହୋତ୍ସବରେ ବରଗଡ଼ ଶହର ହେଉଛି ମଥୁରା, ଜିରା ନଦୀ ଯମୁନା ଓ ଆମଳିପଡ଼ା ହେଉଛି ଗୋପାଳପୁର।
ଏଠାରେ ଦିନକୁ ଦିନ ଲୋର୍ଡ କୃଷ୍ଣଙ୍କ ଜୀବନ ଉପରେ ଆଧାରିତ ନାଟକ ଅଭିନୟ ହୁଏ।ଏଥର ମହୋତ୍ସବ ପାଇଁ କଂସ ସହ ଅନ୍ୟାନ୍ୟ ପ୍ରମୁଖ ଚରିତ୍ର ଅଭିନୟ ପାଇଁ କଳାକାର ଚୟନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୫ ରୁ ଆରମ୍ଭ ହେବ ଓ ନଭେମ୍ବର ୧୭ ପର୍ଯ୍ୟନ୍ତ ଚାଲିବ। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।
ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ କହିଛନ୍ତି, ଆବେଦନକର୍ତ୍ତାମାନେ ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ ସୁଦ୍ଧା ଟାଉନ ହଲରେ ଉପସ୍ଥିତ ହେବା ଆବଶ୍ୟକ।ଏହି ମହାନ ଲୋକନାଟ୍ୟ ମହୋତ୍ସବକୁ ନେଇ ବରଗଡ଼ ଓ ପାଶ୍ୱର୍ବର ଅଞ୍ଚଳରେ ଆଗୁଆଁ ଉତ୍ସାହ ଓ ଉତ୍ସବମୂଡ୍ ଦେଖାଯାଉଛି।

