Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧିର ବିଧାନ ସତରେ ବଡ଼ ବିଚିତ୍ର । ମୃତ୍ୟୁ କେତେବେଳେ ଯେ କାହାକୁ କିପରି କବଳିତ କରିବ ତାହା କାହାକୁ ଜଣାନଥାଏ । ଏମିତି ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ ପିକ୍ଅପ୍ ଭ୍ୟାନ୍ ଚାଳକଙ୍କ ଜୀବନ ଯାଇଛି । ବରମୁଣ୍ଡା ଓଭରବ୍ରିଜ୍ରେ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅପରପକ୍ଷରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨ ପୁଲିସ୍ ଭ୍ୟାନ୍କୁ ଏକ ଟ୍ରେଲର ପିଟଛି ।

ପୁଲିସର ସ୍କର୍ପିଓ ଭ୍ୟାନ୍ଟି ଭାଙ୍ଗି ଚୂରମାର୍ ହୋଇଯାଇଛି । ସ୍କର୍ପିଓରେ ବସିଥିବା ଚାଳକଜଣକ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକଜଣକ ସାମାନ୍ୟ ଆହତ ହୋଇଛନ୍ତି ।ଦୁର୍ଘଟଣା ବିଷୟରେ ତଦାରଖ କରିବା ବେଳେ ପଛପଟୁ ପିସିଆର ଭ୍ୟାନକୁ ପିଟିଥିଲା ଆଉ ଏକ ହାଇୱା । ଫଳରେ ପିସିଆର୍ ଭ୍ୟାନଟି ଦୂରକୁ ଛିଟିକି ଯାଇଥିଲା। ଗାଡ଼ି ଭିତରେ ଡ୍ରାଇଭର ଚିତ୍ତ ପଟ୍ଟନାୟକ ରହିଥିଲେ। ଏହି ଦୁର୍ଘଟଣାରେ ଚିତ୍ତ ପଟ୍ଟନାୟକ ଗୋଡ଼ ଭାଙ୍ଗିଯିବା ସହ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଏହାସହ ଶରୀରରେ ଗଭୀର ଆଘାତ ମଧ୍ୟ ଲାଗିଛି।

ସେହିଭଳି ଦୁର୍ଘଟଣା ବେଳେ ହୋମଗାର୍ଡ ମନୋଜ କୁମାର ମେହେରଙ୍କ ଉପରେ ଛିଟିକି ପଡ଼ିଥିଲା ପିସିଆର ଭ୍ୟାନ। ଯେଉଁଥିରେ ତାଙ୍କ ତାଙ୍କର ଗୋଡ଼, ମୁଣ୍ଡ ଆଉ ଛାତିରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇ ଫେରାର ହେବାବେଳେ ଗାଡ଼ିକୁ ଧରିଛି କମିଶନରେଟ ପୋଲିସ।

Leave a Reply

Your email address will not be published. Required fields are marked *