ନ୍ୟୁଜ ଡେକ୍ସ: ଭଦ୍ରକ ଧାମନଗରରେ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସ୍ବତନ୍ତ୍ର ବୈଠକ କରିଛନ୍ତି। ଜିଲ୍ଲାରେ କିଭଳି ଶାନ୍ତି ଫେରାଇ ଆଣି ହେବ ସେ ବିଷୟରେ ବୈଠକ ଆଲୋଚନା କରିଥିବା ସୂଚନା ମିଳିଛି।
ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ପୁଲିସ୍ ଡିଜି ୱାଇ.ବି ଖୁରାନିଆ ଆଜି ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ। ଆଜି ଭଦ୍ରକରେ ସେ ଆଉ ଏକ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାଯାଇଛି । ଏହି ଅବସରରେ ସେ କହିଛନ୍ତି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ । ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ। ମାତ୍ର ସୋଶାଲ ମିଡିଆରେ ପୋଷ୍ଟ ହେଉଥିବା ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସେପଟେ ଏବେ ସ୍ଥିତି ଟିକେ ସୁଧୁରିଥିଲେ ମଧ୍ୟ ଏବେ ବଳବତ୍ତର ରହିଛି ୧୬୩ ଧାରା । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । କିଛି କିଛି ସ୍ଥାନରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ଏବେ ବି ଅନ୍ୟ କିଛି ସ୍ଥାନରେ ଚାପା ଉତ୍ତେଜନା ଜାରି ରହିଛି |