Sat. Feb 21st, 2026

ନ୍ୟୁଜ ଡେକ୍ସ : ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବର୍ଡର ୨’ ରିଲିଜ୍ ପରଠାରୁ ବକ୍ସ ଅଫିସରେ ଧମାଲ କରିଚାଲିଛି। ଦର୍ଶକଙ୍କ ଭଲପାଇବା ଓ ସକାରାତ୍ମକ ପ୍ରତିକ୍ରିୟାରେ ଫିଲ୍ମଟି ଦୈନିକ ଭାବେ ଭଲ କଲେକ୍ସନ କରୁଥିବାବେଳେ, ସନ୍ନି ଦେଓଲ ଆଉ ଏକ ବଡ଼ ଆକ୍ସନ ଥ୍ରିଲର ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସୂତ୍ର ଅନୁଯାୟୀ, ‘କିଲ୍’ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ନିଖିଲ ନାଗେଶ ଭଟ୍ଟଙ୍କ ସହ ସନ୍ନି ଦେଓଲ ଏକ ନୂଆ ହାଇ-ଅକ୍ଟେନ୍ ଆକ୍ସନ ଥ୍ରିଲର ଫିଲ୍ମରେ କାମ କରିବେ। ଏହି ଫିଲ୍ମଟି ସମ୍ପୂର୍ଣ୍ଣ ନୂଆ ଧାରଣା ଓ ବାସ୍ତବିକ କାହାଣୀରେ ଆଧାରିତ ହେବ ବୋଲି କୁହାଯାଉଛି। ଦର୍ଶକମାନେ ଏଥିରେ ସନ୍ନି ଦେଓଲଙ୍କୁ ପୂର୍ବେ କେବେ ନଦେଖାଯାଇଥିବା ଏକ ସମ୍ପୂର୍ଣ୍ଣ ନୂଆ ଅବତାରରେ ଦେଖିବାକୁ ପାଇବେ।ସୂତ୍ରରୁ ଜଣାପଡ଼ିଛି ଯେ, ଏହି ନୂଆ ପ୍ରୋଜେକ୍ଟଟି ୨୦୨୬ ମସିହାର ଦ୍ୱିତୀୟାର୍ଦ୍ଧରେ ଘୋଷଣା କିମ୍ବା ରିଲିଜ୍ କରାଯାଇପାରେ। ଫିଲ୍ମଟି ଏମିତି ଏକ ଆକ୍ସନ ଥ୍ରିଲର ହେବ ଯାହା ଦର୍ଶକମାନଙ୍କୁ ଥିଏଟରରେ ତାଳି ଓ ସିଟି ମାରିବାକୁ ବାଧ୍ୟ କରିବ ବୋଲି ନିର୍ମାତାମାନେ ଦାବି କରୁଛନ୍ତି।

ନିଖିଲ ନାଗେଶ ଭଟ୍ଟଙ୍କ ଶେଷ ଫିଲ୍ମ ‘କିଲ୍’ ଦର୍ଶକ ଓ ସମାଲୋଚକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା। ଏହି ଫିଲ୍ମରେ ରାଘବ ଜୁୟାଲ ଖଳନାୟକ ଭୂମିକାରେ ଓ ଲକ୍ଷ୍ୟ ଲାଲୱାନୀ ଏବଂ ତାନ୍ୟା ମାନିକତାଲା ମୁଖ୍ୟ ଭୂମିକାରେ ଦର୍ଶକଙ୍କ ମନ ଜିତିଥିଲେ। ଆକ୍ସନରେ ଭରପୁର ‘କିଲ୍’ ଫିଲ୍ମ ନିଖିଲଙ୍କ ନିର୍ଦ୍ଦେଶନାକୁ ନୂଆ ପରିଚୟ ଦେଇଥିଲା।ଏବେ ସବୁଙ୍କ ଦୃଷ୍ଟି ରହିଛି ସନ୍ନି ଦେଓଲ ଓ ନିଖିଲ ନାଗେଶ ଭଟ୍ଟଙ୍କ ଏହି ନୂଆ ଯୁଗଳବନ୍ଦୀ ଉପରେ। ‘ବର୍ଡର ୨’ର ସଫଳତା ପରେ ଏହି ଆସନ୍ତା ଆକ୍ସନ ଥ୍ରିଲର ସନ୍ନି ଦେଓଲଙ୍କ କ୍ୟାରିୟରରେ ଆଉ ଏକ ବଡ଼ ମାଇଲସ୍ଟୋନ୍ ସାବିତ୍ର ହେବ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *