Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦେଶରେ ଲାଗାତାର ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପରିବହନ ସଚିବ ଉଷା ପାଢୀ। ସେ କହିଛନ୍ତି ଯେ, ପ୍ରତିବର୍ଷ ଦେଶରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟୁଥିବାବେଳେ ଏଥିରେ ପ୍ରାୟ ୧ ଲକ୍ଷ ୭୦ ହଜାର ଲୋକ ଅକାଳରେ ପ୍ରାଣ ହାରାଉଛନ୍ତି।ଦୁର୍ଘଟଣାର ଭୟାବହତା ଏତିକିରେ ସୀମିତ ନୁହେଁ।

ଏହି ସମସ୍ତ ଦୁର୍ଘଟଣାରେ ପ୍ରତିବର୍ଷ ୩ ଲକ୍ଷରୁ ଅଧିକ ଲୋକ ଗୁରୁତର ଆହତ ହେଉଥିବାବେଳେ ଅନେକେ ସାରାଜୀବନ ପାଇଁ ଭିନ୍ନକ୍ଷମ ହୋଇଯାଉଛନ୍ତି।ଓଡ଼ିଶାର ସ୍ଥିତି ମଧ୍ୟ ଚିନ୍ତାଜନକ ବୋଲି ପରିବହନ ସଚିବ କହିଛନ୍ତି। ରାଜ୍ୟରେ ପ୍ରତିବର୍ଷ ୧୦ ରୁ ୧୨ ହଜାର ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଘଟୁଥିବାବେଳେ ପ୍ରତିଦିନ ହାରାହାରି ୧୬ ରୁ ୧୭ ଜଣଙ୍କ ଜୀବନ ଯାଉଛି।

ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଉଛି। ‘ଜିରୋ ଆକ୍ସିଡେଣ୍ଟ ଡେ’ କାର୍ଯ୍ୟକ୍ରମ ଏହାର ଏକ ମୁଖ୍ୟ ଅଂଶ ରୂପେ ଆରମ୍ଭ ହୋଇଛି। ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭାଗ ପକ୍ଷରୁ “କମ୍ ହୋମ୍ ସେଫ୍” ନାରା ଦିଆଯାଇଛି ବୋଲି ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *