ନ୍ୟୁଜ ଡେକ୍ସ: କିଛି ଦିନର ବିରତି ପରେ ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି । ଅଭିନେତ୍ରୀ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ । ଫେସ୍ବୁକ୍ ପୋଷ୍ଟରେ ବର୍ଷାଙ୍କୁ ଅନୁଭବଙ୍କ ଖୋଲା ଆହ୍ବାନ । ଯେକୌଣସି ଚ୍ୟାନେଲରେ ମୁହାଁମୁହିଁ ଆଲୋଚନା କରିବା ପାଇଁ ଆହ୍ବାନ ଦେଲେ ଅନୁଭବ । ଆଲୋଚନା ହେଲେ ଲୋକଙ୍କ ମନରୁ ଦ୍ବନ୍ଦ୍ବ ଓ ସନ୍ଦେହ ଦୂର ହେବ । ଚଳଚ୍ଚିତ୍ର ମାଧ୍ୟମରେ ମିଛ ଅଭିଯୋଗ ଆଣିବା ଦରକାର ନାହିଁ ।
ଏହା ପ୍ରଶଂସକଙ୍କ ମନରେ ଉଭୟ ଷ୍ଟାରଙ୍କ ସମ୍ମାନ କ୍ଷୁଣ୍ଣ କରୁଛି । ତେଣୁ ସାମ୍ନାକୁ ଆସ, ଆଲୋଚନା କରିବା ସହ ସବୁଦିନ ପାଇଁ ଅଧ୍ୟାୟ ବନ୍ଦ କରିବା ବୋଲି କହିଛନ୍ତି ଅନୁଭବ । ତେବେ ଆଲୋଚନା ପାଇଁ ଚ୍ୟାନେଲ ବାଛିବା ବିକଳ୍ପ ବର୍ଷାଙ୍କ ଉପରେ ଛାଡ଼ିଛନ୍ତି ଅନୁଭବ । ବର୍ଷାଙ୍କ ଅଭିନୀତି ଫିଲ୍ମ ‘ୱାଇଫ୍’ କିଛି ଦିନ ତଳେ ମୁକ୍ତିଲାଭ କରିଥିବା ବେଳେ ଏବେ ତାହା ସିନେମା ହଲ୍ରେ ପ୍ରଦର୍ଶୀତ ହେଉଛି। ବର୍ଷା ଏହି ଫିଲ୍ମର ସହ-ପ୍ରଯୋଜିକା ଅଛନ୍ତି। ଅନୁଭବ- ବର୍ଷାଙ୍କ ବୈବାହିକ ଜୀବନକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଥିବା ଆଲୋଚିତ ହେଉଥିବା ବେଳେ ଏହାକୁ ନେଇ ଫାୟାର ହୋଇଛନ୍ତି ଅନୁଭବ।ଫେସବୁକ୍ରେ ନିଜ ପୋଷ୍ଟରେ ଅନୁଭବ ଉଲ୍ଲେଖ କରିଛନ୍ତି, ବର୍ଷାଙ୍କ ସହ ଚାଲିଥିବା ବିଚ୍ଛେଦ ମାମଲାକୁ ପ୍ରାୟ ବର୍ଷେ ପୂର୍ବେ ମୁଁ ଜିତି ସାରିଛି। ବର୍ଷା କେବେ ବି ବିବାହ ପରି ପବିତ୍ର ଅନୁଷ୍ଠାନକୁ ସମ୍ମାନ ଦେଇ ନ ଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଇ ନ ଥିଲେ। ତାଙ୍କର ଏପରି କ୍ରୂର ଆଚରଣ ତଥ୍ୟ, ପ୍ରମାଣ ସହ କୋର୍ଟରେ ପ୍ରମାଣିତ ହେବା ପରେ ମୁଁ ଆଇନଗତ ଲଢ଼େଇ ଜିତି ସାରିଛି।ମାତ୍ର ଏହାର ମିଥ୍ୟା ଅପପ୍ରଚାର କରାଯାଇ ବଡ଼ ପରଦାରେ ପରିବେଷଣ କରାଯାଉଛି। ଫଳରେ ଲୋକଙ୍କ ମନରେ ଆମ ବୈବାହିକ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଆମେ ଉଭୟ ଜଣାଶୁଣା ଚେହେରା ହୋଇଥିବାରୁ ତଥା ଫ୍ୟାନ୍ ଫଲୋଇଙ୍ଗ ଥିବାରୁ ଆମେ ସେମାନଙ୍କ ନିକଟରେ ଉତ୍ତରଦାୟୀ। ସେପଟେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ଅନୁଭବ । ତେଣୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେସବୁକ ପୋଷ୍ଟରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।
ଆଉ ଏହାରି ଭିତରେ ଅନୁଭବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ଫିଲ୍ମର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ସାମ୍ନା ସାମ୍ନି ଯେକୌଣସି ଚ୍ୟାନେଲରେ ଆଲୋଚନା କରିବାକୁ ଅନୁଭବ ଆହ୍ୱାନ କରିଛନ୍ତି । ତେବେ ଆଲୋଚନା ପାଇଁ ଚ୍ୟାନେଲ ବାଛିବା ବିକଳ୍ପ ବର୍ଷାଙ୍କ ଉପରେ ଛାଡ଼ିଛନ୍ତି ଅନୁଭବ । ଏଥିସହ ପୋଷ୍ଟରେ ଅନୁଭବ ଆଗକୁ ଲେଖିଛନ୍ତି କୋର୍ଟରେ ଛାଡପତ୍ର ବିବାଦରେ ତାଙ୍କର ବିଜୟ ହୋଇସାରିଛି । ତେଣୁ ପୁଣି ଦାମ୍ପତ୍ୟ କଳହକୁ ନେଇ ବିବାଦ ନକରିବାକୁ ପରାମର୍ଶ ଦେଇଛନ୍ତି ଅନୁଭବ ମହାନ୍ତି । ତେବେ ଏହି ପୋଷ୍ଟକୁ ନେଇ ବର୍ଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।