Thu. Oct 23rd, 2025

ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲାର ବଳଙ୍ଗା ଘଟଣାରେ ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ କେହି ତାଙ୍କୁ ଜାଳି ନ ଥିଲେ। ସୋମବାର ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଦିଲ୍ଲୀ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ ଦ୍ୱାରା ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ଉଭୟ ବୟାନରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରକୁ ରିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।ତେବେ ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ବଳଙ୍ଗା ପୀଡିତାଙ୍କ ଉପରେ ପ୍ରଶ୍ନ କରିଥିଲେ ଯେ, ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଅଛି ବୋଲି ପୀଡ଼ିତା ବୟାନ ଦେଇଥିଲେ କି?

ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୋଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା?ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ଆଉ କହିଥିଲେ ଯେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *