Thu. Oct 23rd, 2025

ନ୍ୟୁଜ ଡେକ୍ସ : ପାର୍ବଣ ପୂର୍ବରୁ ରାଜ୍ୟ ସରକାରଙ୍କ ପୁଲିସ ଓ ଅବକାରୀ ବିଭାଗ ବଡ଼ଧରଣର ଅଭିଯାନ ଜାରି ରଖିଛନ୍ତି। ଓଡ଼ିଶା ପୁଲିସ ଏହି ସମୟରେ ଅପରେସନ୍ ‘ପ୍ରହାର’ ଜାରି ରଖିଛି। ସେହିପରି ଅବକାରୀ ବିଭାଗ ମଧ୍ୟ ରାଜ୍ୟବ୍ୟାପି ଚଢ଼ଉ କରୁଛି।

ବିଗତ ୧୦ ଦିନ ମଧ୍ୟରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ କୋଟିଏ ୪୬ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛନ୍ତି। ନୂଆପଡାରେ ଅଲଗା ଜାଗାରୁ ଅତର୍କିତ ଚଢାଉ କରି ପୋଲିସ ୬୧ କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ।ସୁରଜ ନାମକ ଏକ ଘରୋଇ ବସରେ ଚଢାଉ କରି ପୋଲିସ ୫୧ କିଲୋମ ୫ଶହ ଗଞ୍ଜେଇ ଜବତ କରିଛି ।

ଏଥିରେ ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଅଛନ୍ତି । ସେହିପରି ନୂଆପଡା ରେଳ ଷ୍ଟେସନକୁ ଯିବା ରାସ୍ତାରେ ୨ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ଦିନରେ ମାତ୍ର ୨ ଘଣ୍ଟା ମଧ୍ୟରେ ପୋଲିସ ଅତର୍କିତ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ୧୩ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *