Sun. Feb 22nd, 2026

ନ୍ୟୁଜ ଡେକ୍ସ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା। ମେ ୨୮ରେ ଆସିବ ରାୟ। ପାଟଣାଗଡ଼ ADJ କୋର୍ଟ ରାୟ ଶୁଣାଇବେ। ଅଭିଯୁକ୍ତ ପୁଞ୍ଜିଲାଲକୁ କଣ ଦଣ୍ଡ ମିଳିବ ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି। ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆଜି ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ ସରିଛି।

ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ରାୟ ଆଜି ଶେଷ ଶୁଣାଣି ହେବା ପରେ ରାୟ ସଂରକ୍ଷିତ ରଖିଛନ୍ତି ପାଟଣାଗଡ଼ ଏଡିଜେ। ଆଜି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ଦଣ୍ଡ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି ।

ଅନ୍ୟ ପକ୍ଷରେ ପୀଡିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କ କହିବା ଅନୁସାରେ ଠିକ୍ ଭାବେ ତଦନ୍ତ ହୋଇଛି, ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ । ସେପଟେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଠିକ୍‌ରେ ତଦନ୍ତ କରିଛି । ଆଗକୁ ଆମେ ନ୍ୟାୟ ପାଇବୁ ।

Leave a Reply

Your email address will not be published. Required fields are marked *