Sun. Feb 22nd, 2026

ନ୍ୟୁଜ ଡେକ୍ସ : ବାଂଲାଦେଶରେ ହିଂସା ଓ ନିର୍ମମତା ସବୁ ସୀମା ଟପି ଯାଇଥିବା ଭଳି ଘଟଣା ପୁଣିଥରେ ସାମ୍ନାକୁ ଆସିଛି। ଗତ ୧୮ ଦିନ ମଧ୍ୟରେ ୫ ଜଣ ହିନ୍ଦୁଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଥିବାବେଳେ, ଏବେ ଜଣେ ହିନ୍ଦୁ ମହିଳାଙ୍କ ସହ ହୋଇଥିବା ଅତ୍ୟନ୍ତ ନିର୍ମମ ଘଟଣା ସମଗ୍ର ଦେଶକୁ ଆନ୍ଦୋଳିତ କରିଛି।ବାଂଲାଦେଶର ଝିନୈଦାହ ଜିଲ୍ଲା ଅନ୍ତର୍ଗତ କାଳିଗଞ୍ଜ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ହିନ୍ଦୁ ବିଧବାଙ୍କ ସହ ଦୁଇ ଜଣ ପୁରୁଷ ମିଶି ବଳାତ୍କାର କରିବା ପରେ ତାଙ୍କୁ ଗଛରେ ବାନ୍ଧି କେଶ କାଟି ଦେଇଥିବା ଅଭିଯୋଗ ହୋଇଛି।

ପୀଡିତା ମହିଳା ଏହି ଘଟଣା ସମ୍ପର୍କରେ କାଳିଗଞ୍ଜ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।ପୋଲିସ ଅଭିଯୋଗ ଅନୁଯାୟୀ, ପୀଡିତା ମହିଳା ତାଙ୍କ ପିଲାମାନଙ୍କ ସହ ଝିନୈଦାହ ଜିଲ୍ଲାରେ ରହୁଥିଲେ। ଅଭିଯୁକ୍ତ ଶାହିନ, ଯିଏ କି ଘର ମାଲିକ, ଏବଂ ତାଙ୍କ ସହଯୋଗୀ ହସନ ଜୋରଜବରଦସ୍ତ ଘରେ ପ୍ରବେଶ କରି ମହିଳାଙ୍କୁ ବଳାତ୍କାର କରିଥିଲେ। ମହିଳା ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ ଓ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଏହି ନିର୍ମମ ଘଟଣାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଘଟଣା ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷାରେ ତାଙ୍କ ସହ ବଳାତ୍କାର ହୋଇଥିବା ପୁଷ୍ଟି ମିଳିଥିଲା।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବାବେଳେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ଘଟଣା ପୁଣିଥରେ ବାଂଲାଦେଶରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *