Mon. Dec 23rd, 2024

ନ୍ୟୁଜ ଡେସ୍କ: ଚେନ୍ନାଇରେ ଖେଳା ଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ଆଜି ତୃତୀୟ ଦିନର ମ୍ୟାଚ୍ ଚାଲି ଥିବାବେଳେ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ।

ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିଛି। ଫଳରେ ବାଂଲାଦେଶକୁ ପ୍ରଥମ ଟେଷ୍ଟ ଜିତିବା ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୨୨୭ ଅଗ୍ରଣୀ ହାସଲ କରିଥିଲା। ଯଶସ୍ୱୀ ଜୈସୱାଲ(୧୦), ରୋହିତ ଶର୍ମା(୫) ଓ ବିରାଟ କୋହଲି ୧୭ ରନ କରି ଆଉଟ ହୋଇଥିଲେ ।

ମେହେନ୍ଦି ହାସନ ମିରାଜ ୨ଟି ୱିକେଟ ଅକ୍ତିଆର କରିଥିଲେ ।ଏହାପରେ ବାଂଲାଦେଶ ପାଳି ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୬ ଓଭରରେ ୩୩ ରନ୍ କରିଥିଲା। ଜାକିର ହାସନ ଏବଂ ଶାଦମନ ଇସଲାମ ବ୍ୟାଟିଂ କରୁଥିଲେ।

Leave a Reply

Your email address will not be published. Required fields are marked *