ନ୍ୟୁଜ ଡେକ୍ସ: ଇନଫୋସିଟି ଥାନା ଚୁନକୋଳି ବସ୍ତି ନିକଟରେ ବେଆଇନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟଣା। ଘର ମାଲିକ ନାଁରେ କମିଶନରେଟ୍ ପୁଲିସ୍ ମାମଲା ରୁଜ୍ଜୁ କରିଛି। ଏବଂ ଫେରାର୍ ଘର ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଘର ମାଲିକ ବିଘ୍ନରାଜ ପଟ୍ଟନାୟକ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ୍।
ଏଥିସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ସେପଟେ ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ୍ । ବାଣ ଗୋଦାମ ସହ ଘର ଭିତରେ କିଭଳି ଲେଡିଜ୍ ହଷ୍ଟେଲ୍ ଚାଲିଥିଲା ତାହାକୁ ନେଇ ମଧ୍ୟ ତନାଘନା ଚାଲିଛି । ଉକ୍ତ ଘରେ ୨୦ରୁ ଅଧିକ ଯୁବତୀ ଭଡ଼ାରେ ରହୁଥିଲେ । ସୌଭାଗ୍ୟବଶଃତ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନ ଥିଲେ ।
ନଚେତ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା । ବାଣ କାରଖାନାକୁ ସିଲ୍ କରାଯାଇଥିବାବେଳେ ଆଜି ଘର ମାଲିକଙ୍କ ନାଁରେ କମିଶନରେଟ୍ ପୁଲିସ୍ ମାମଲା ରୁଜ୍ଜୁ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ୍ |