Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜଗତସିଂହପୁରର ବଡବାଗ ଗାଁରେ ବାଣ ବିସ୍ଫୋରଣ। ଏହି ବିସ୍ଫୋରଣରେ ଏକ କୋଠା ଘର ଭୁଶୁଡ଼ି ପଡ଼ିଛି। ପରିବାରର ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଭଙ୍ଗା ଛାତ ତଳେ ଚାପି ହୋଇ ରହିଥିବା ସନ୍ଦେହ କୁହାଯାଉଛି। ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆ ଯାଇଛି ଏବଂ ଏହି ଘରେ ଦୁଇ ଭାଇ ଓ ସେମାନଙ୍କ ପତ୍ନୀ ରହୁ ଥିଲେ। ସୂଚନା ଅନୁଯାୟୀ, ବଡ଼ବାଗ ଗାଁରେ ଆଜି ରାତିରେ ସୁଶିଲ କୁମାର ଦାସଙ୍କ ଘରେ ଚାଲିଥିଲା ବାଣ ଭିଡ଼ା।

ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଏହି ଭୟାନକ ବିସ୍ଫୋରଣରେ ଘର ଭିତରେ ଥିବା ସୁଶିଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ମୃତ୍ୟୁ ହୋଇଛି। ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଛନ୍ତି। ରାତି ପ୍ରାୟ ପ୍ରାୟ ସାଢ଼େ ୧୦ଟାରେ ଏହି ସମୟରେ ବାଣ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ,ଘରର ଛାତ ଉଡ଼ି ଯାଇଥିଲା। ଘରର ଛାତ ଭାଙ୍ଗିବା କାରଣରୁ ସମସ୍ତେ ଚାପି ହୋଇଯାଇଥିଲେ। ବଡ଼ଧରଣର ଶଦ୍ଦ ଶୁଣି ଆଖପାଖ ଘରର ଲୋକେ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ଏସପି। ଭଙ୍ଗା ଛାତ ଉଠାଇବାକୁ ଜଗ୍ର ନିଆଯାଉଛି ସହାୟତା। ସଂପୃକ୍ତ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି। ପରିବେଶ ଶୋକାକୁଳ ହୋଇ ଯାଇଛି। ଅନେକ ଲୋକଙ୍କ ଗହଳି ଲାଗିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ଜୋରସୋରରେ କରାଯାଉଛି।

Leave a Reply

Your email address will not be published. Required fields are marked *