Thu. Oct 23rd, 2025

ନ୍ୟୁଜ ଡେକ୍ସ : RI – ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫ ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ସେଥିରୁ ୨ ଲକ୍ଷ ୯୩ ହଜାର ପରୀକ୍ଷା ଦେଇଥିଲେ।

ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ OSSSC ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା।ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ପ୍ରିଲିମିନାରୀ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି।ବାତିଲ ପରୀକ୍ଷାର ସ୍ଥାନରେ ୧୫ ଦିନ ଭିତରେ ଏକ ସାନି ପ୍ରିଲିମିନାରୀ ପରୀକ୍ଷା ଆୟୋଜନ କରାଯିବ ବୋଲି OSSSC ଘୋଷଣା କରିଛି। ତେବେ, ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ପୁନଶ୍ଚ ଆବେଦନ କରିବାକୁ ପଡ଼ିବ ନାହିଁ, ଏବଂ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

ସୂଚନାଥାଉକି, ଗତବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଓଏସ୍‌ଏସ୍‌ଏସ୍‌ସି ନିଷ୍ପତ୍ତି ନେଇ ପ୍ରିଲିମ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍‌ ଘୋଷଣା କରି ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ଫଳରେ ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *