ନ୍ୟୁଜ ଡେକ୍ସ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରି ଦେଇଛନ୍ତି ପୂର୍ବ ପ୍ରସ୍ତୁତି। ଏହାକୁ ନେଇ ଘନ ଘନ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆଜି ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା ସମୀକ୍ଷା କରିବେ ।
ଲୋକସେବା ଭବନରେ ବାତ୍ୟା ମୁକାବିଲା ପାଇଁ ଏହି ସମୀକ୍ଷା ବୈଠକ ହେବ । ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, ଏସ୍ଆରସି ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲିି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସଜାଗ ଅଛନ୍ତି। । ସମ୍ଭାବ୍ୟ ବାତ୍ୟା ର ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟ ସଚିବ ଜରୁରୀ ବୈଠକ ଡାକିଥିଲେ।
SRCଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ SRC ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାଯାଇଛି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍ କଲେ ଜିରୋ କାଜୁଆଲଟି ସାଙ୍ଗକୁ କିପରି କ୍ଷୟକ୍ଷତିକୁ କମ୍ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।