ନ୍ୟୁଜ ଡେକ୍ସ: ବାତ୍ୟା ‘ଦାନା’ ପାଇଁ ବିଜେପିଙ୍କ ପକ୍ଷରୁ ଏକ ହେଲପ ଲାଇନ ଜାରି କରାଯାଇଛି। ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ । ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର କାମ କରିବ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ। ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ସରକାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଏକ ‘SATRAK app’ କରିଛନ୍ତି। ଯାହା OSDMA ପକ୍ଷରୁ ଏହି ଆପଟିକୁ କରାଯାଇଛି।
ଏହି ଆପଟି ODRF, NDRFକୁ ସାହାଯ୍ୟ କରିବ। ମନମୋହନ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି। ଯାହାକୁ ସମସ୍ତେ ଦୃଢତାର ସହ ସାମ୍ନା କରିବା। ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଦଳ, ମତ ନିର୍ବିଶେଷରେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ ।