Fri. Oct 24th, 2025

ନ୍ୟୁଜ ଡେକ୍ସ: ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳପଥ ପକ୍ଷରୁ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ୧୯୮ଟି ରେଳକୁ ବାତିଲ କରାଯାଇଛି।

୨୩, ୨୪ ଏବଂ ୨୫ ତାରିଖ ମଧ୍ୟରେ ମୋଟ ୧୯୮ ଟ୍ରେନ୍‌ ବାତିଲ କରାଯାଇଛି । ସେଥିମଧ୍ୟରୁ ଅପ୍‌ ଟ୍ରେନ୍‌ ୯୫ଟି ଏବଂ ଡାଉନ୍‌ ଟ୍ରେନ୍‌ ୧୦୩ଟି ବାତିଲ ହୋଇଛି । ବାତିଲ ହୋଇଥିବା ଟ୍ରେନ ଭିତରେ ରହିଛି ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ବର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର, ସିକନ୍ଦରାବାଦ-ଭୁବନେଶ୍ବର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ବର, ବ୍ରହ୍ମପୁର-ଭୁବନେଶ୍ବର, ବିଶାଖାପାଟଣା-ଭୁବନେଶ୍ବର, ବିଶାଖାପାଟଣା-ଦୀଘା ଟ୍ରେନ ବାତିଲ୍ କରିଛି ରେଲୱେ ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଏବେ ବଳ ଗୋଟାଇ ଘଣ୍ଟାପ୍ରତି ୩ କିଲୋମିଟର ମାଡି ଆସୁଛି ଗଭୀର ଅବପାତ। ଆଜି ବାତ୍ୟାର ରୂପ ନେବା ପରେ ଆସନ୍ତା କାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେବ।

Leave a Reply

Your email address will not be published. Required fields are marked *