Fri. Oct 24th, 2025

ନ୍ୟୁଜ ଡେସ୍କ: ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ‘ଦାନା’। କେଉଁଠି ଘର ଦ୍ଵାର ଭାଙ୍ଗି ଲୋକଙ୍କୁ ଦୁଃଖ ଦେଇଯାଇଛି ତ କେଉଁଠି ଦେଇଛି ଖୁସି ଖବର । ବାତ୍ୟା ବେଳେ ରାଜ୍ୟରେ ଜନ୍ମ ନେଇଛନ୍ତି ପ୍ରାୟ ୧୬୦୦ ଶିଶୁ ।

ଆଜି ରାତି ପ୍ରାୟ ୧୧ଟା ବେଳେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ବେଳେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟାକୁ ଦୃଷ୍ଟିରେ ରଖି ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ମୋଟ ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି।

୪୪୩୧ ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତରିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୬୦୦ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଉଭୟ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲାରେ ମୋଟ ୧୨୨ ଜଣ ଆସନ୍ନ ପ୍ରସବଙ୍କୁ ବାତ୍ୟା ପ୍ରଭାବରୁ ରକ୍ଷା କରିବା ପାଇଁ ମେଡିକାଲ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *