ନ୍ୟୁଜ ଡେକ୍ସ : ବାତ୍ୟା ‘ମୋନ୍ଥା’ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ନଭେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରିଛି।ପୂର୍ବରୁ ଏହି ତାରିଖ ଅକ୍ଟୋବର ୨୮ ଧାର୍ଯ୍ୟ କରାଯାଇଥିଲା।
କିନ୍ତୁ ବାତ୍ୟା ପ୍ରଭାବରେ ଅନେକ ଜିଲ୍ଲାରେ ବିଦ୍ୟୁତ ବିଚ୍ଛିନ୍ନ, ଇଣ୍ଟରନେଟ ସମସ୍ୟା ଓ ଯାତାୟାତ ବାଧା ସୃଷ୍ଟି ହେବା ଫଳରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଷଦକୁ ତାରିଖ ବୃଦ୍ଧି ପାଇଁ ନିବେଦନ କରିଥିଲେ।ଏହା ଫଳରେ CHSE ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଫର୍ମ ପୂରଣ ସହିତ SBI Collect ମାଧ୍ୟମରେ ଫି ପେମେଣ୍ଟର ଶେଷ ତାରିଖ ମଧ୍ୟ ନଭେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ହେଲେ, ପରିଷଦ ସ୍ପଷ୍ଟ କରିଛି ଯେ, ୨୦୦ ଟଙ୍କା ଏବଂ ୬୦୦ ଟଙ୍କା ଜରିମାନା ସହିତ ଫର୍ମ ପୂରଣ ଏବଂ ନାମଲେଖା ସମ୍ପର୍କୀୟ ପୂର୍ବରୁ ନିର୍ଦ୍ଧାରିତ ତାରିଖଗୁଡିକ ଅପରିବର୍ତ୍ତିତ ରହିବ।ଏହି ନିଷ୍ପତ୍ତି ଫଳରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପାଇଁ ଏକ ବଡ଼ ସହଜତା ସୃଷ୍ଟି ହୋଇଛି।

