ନ୍ୟୁଜ ଡେସ୍କ: ବାନ୍ଦ୍ରା ରେଲୱେ ଷ୍ଟେସନରେ ଦଳାଚକଟା, ୯ ଆହତ । ୯ ଆହତ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା-ଗୋରଖପୁର ଟ୍ରେନକୁ ଅପେକ୍ଷା ବେଳେ ୧ନଂ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି ।
ସୂଚନା ମୁତାବକ, ଆଜି ସକାଳୁ ବାନ୍ଦ୍ରା ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଟ୍ରେନରେ ଚଢ଼ିବା ପାଇଁ ଠେଲାପେଲା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମୁମ୍ବାଇର ଭବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ଚାଲିଛି।ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ, ଦଳାଚକଟାରେ ଆହତ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ବାନ୍ଦ୍ରା ଟର୍ମିନାସର ପ୍ଲାଟଫର୍ମ ନମ୍ବର ୱାନରେ ସକାଳ ୫ଟା ୫୬ମିନିଟ୍ ରେ ଏହି ଘଟଣା ଘଟିଛି। ୨୨୯୧୨ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଟ୍ରେନ୍ରେ ଚଢ଼ିବା ପାଇଁ ଲୋକେ ଠେଲାପେଲା ହୋଇଥିଲେ।ତେବେ ଏହି ଘଟଣାରେ ୯ ନୁହେଁ ମୋଟ ୧୦ ଜଣ ଆହତ ହୋଇଥିବା ରେଲଓ୍ୱେ ସ୍ପଷ୍ଟ କରିଛି। କିଛି ଲୋକଙ୍କ ଗୋଡ ଭାଙ୍ଗିଛନ୍ତି, ଆଉ କାହାର ଅଣ୍ଟାରେ ଫ୍ୟାକଚର୍ ମଧ୍ୟ ହୋଇଛି। ଦୁଇ ଆହତଙ୍କୁ ଡିସଚାର୍ଜ କରାଯାଇଛି, ବାକିମାନଙ୍କୁ ଭବା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।