Thu. Oct 23rd, 2025

ନ୍ୟୁଜ ଡେକ୍ସ: ନବ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ। ବାପାଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଦୋହରାଇଲେ ଦୀପାଳି। କହିଲେ, ଗଣମାଧ୍ୟମ ଆଗରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୨ ଥର ଅନୁରୋଧ କରିଥିଲି।

ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ ଖୁବ୍ଶୀଘ୍ର ସରକାରଙ୍କୁ ଚିଠି ଦିଆଯିବ। ସେ ଆହୁରି କହିଛନ୍ତି ଯେ, ଏହି ଘଟଣା କାହା ପାଇଁ ରାଜନୀତି ହୋଇପାରେ, ହେଲେ ମୋ ପରିବାର ପାଇଁ ଏହା ଦୁଃଖଦ ବିଷୟ । ତଦନ୍ତ ହେବ ଏବଂ ନିରପେକ୍ଷ ତଦନ୍ତ ହେଉ ବୋଲି ଦୀପାଳି କହିଛନ୍ତି ।

ନିକଟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ସରକାର । ନବ ଦାସଙ୍କ ହତ୍ୟା ମାମଲା ଏବେ ବିଚାରାଧୀନ ରହିଛି । ଏହି ଘଟଣାର ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *