ନ୍ୟୁଜ ଡେକ୍ସ: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍ ମହାନ୍ତି । ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି ।
ସାଙ୍ଗରେ ଅଛନ୍ତି ସ୍ତ୍ରୀ ତୃପ୍ତି। ଆଜି ପୁରୀ ମହୋଦଧୀରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରି ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ତେବେ ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ହେଲେ ସେ ‘ବୋଉ ବୁଟୁ ଭୂତ’ ଫିଲ୍ମର ସୁଟିଂ ପାଇଁ ଲଣ୍ଡା ହୋଇନଥିଲେ ବୋଲି କହିଥିଲେ ।
ଶେଷରେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ କହିଥିଲେ ବାବୁସାନ୍ ।ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୭ ତାରିଖରେ ବାବୁସାନଙ୍କ ବାପା ତଥା ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜିଥିଲେ ଓଲିଉଡର ଏହି ବରିଷ୍ଠ ଅଭିନେତା ।

