Fri. Feb 27th, 2026

ନ୍ୟୁଜ ଡେକ୍ସ : କଟକସ୍ଥିତ ପ୍ରସିଦ୍ଧ ବାରବାଟୀ ଷ୍ଟାଡିୟମ୍‌କୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ଅପଗ୍ରେଡ୍‌ କରିବାର ଦାବି ଆଜି ବିଧାନସଭାରେ ଉଠିଛି। ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ ଏହି ପ୍ରସଙ୍ଗ ଉପସ୍ଥାପନ କରି କହିଛନ୍ତି ଯେ, ପୂର୍ବତନ ସରକାର ସମୟରେ ବାରବାଟୀକୁ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ କରିବା ପାଇଁ ଘୋଷଣା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ପ୍ରକଳ୍ପର କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

ଆଗାମୀ ଦିନରେ ଭାରତ–ଦକ୍ଷିଣ ଆଫ୍ରିକା ମଧ୍ୟରେ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ହେବାକୁ ଥିବାରୁ ଷ୍ଟାଡିୟମର ଆଧୁନିକୀକରଣ ଅତ୍ୟାବଶ୍ୟକ ବୋଲି ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି। ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ତୁରନ୍ତ ଷ୍ଟାଡିୟମର ଉନ୍ନତିକରଣ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ସରକାର ଶାସନକାଳରେ ବାରବାଟୀ ଷ୍ଟାଡିୟମର ନିର୍ମାଣ ହୋଇଥିଲା।

ପରବର୍ତ୍ତୀ ୨୪ ବର୍ଷର ବିଜେଡି ସରକାର କାଳୀନେ ଷ୍ଟାଡିୟମଟିକୁ ଯଥାଯଥ ଭାବେ ଉନ୍ନତି କରାଯାଇନାହିଁ। ବର୍ତ୍ତମାନ ସରକାର ଦେଢ ବର୍ଷରୁ ଅଧିକ ସମୟ ପୂରଣ କରିଥିବା ସତ୍ତ୍ୱେ ବାରବାଟୀକୁ ବିଶ୍ୱସ୍ତରୀୟ କରିବାରେ କୌଣସି ପ୍ରଗତି ଦେଖାଯାଇନାହିଁ। ସେହିହେତୁ ବାରବାଟୀ ଷ୍ଟାଡିୟମ୍‌ର ଆଧୁନିକୀକରଣ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ବିଧାନସଭାରେ ସୋଫିଆ ଫିର୍ଦ୍ଦୋସ୍‌ ଜୋରଦାର ଦାବି ରଖିଛନ୍ତି।

Leave a Reply

Your email address will not be published. Required fields are marked *