Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆସନ୍ତା ନଭେମ୍ବରରେ ଆରମ୍ଭ ହେବାକୁ ଯାଉଥିବା ଐତିହାସିକ ବାଲିଯାତ୍ରାକୁ ନଜରରେ ରଖି କଟକ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଲିଯାତ୍ରା ଗ୍ରାଉଣ୍ଡ ଓ ତାହାର ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଭାବେ ଘୋଷଣା କରାଯାଇଛି। ଏହାସହିତ ୧ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଏହି ନିଷେଧାଦେଶ ଲାଗୁ ରହିବ।

ଜିଲ୍ଲାପାଳଙ୍କ ଜାରିକୃତ ନିର୍ଦ୍ଦେଶନାମାନୁସାରେ ବାଲିଯାତ୍ରା ସମୟରେ କୌଣସି ପ୍ରକାର ଡ୍ରୋନ୍, ପାରା ଗ୍ଲାଇଡର୍, ପାରା ମୋଟର୍ ଓ ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ ଉଡ଼ାଣ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ହେବ। ଏହି ପଦକ୍ଷେପ ବାଲିଯାତ୍ରା ଅଞ୍ଚଳର ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧା ନିଶ୍ଚିତ କରିବା ପାଇଁ ନିଆଯାଇଛି। ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌କୁ ବି ମନା କରାଯାଇଛି। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।ଜନସାଧାରଣଙ୍କ ସୁରକ୍ଷା ଏବଂ ଐତିହାସିକ ମହୋତ୍ସବର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ BNSS ଆଇନ, ୨୦୨୩ର ଧାରା ୧୪(୧) ଏବଂ ଧାରା ୧୬୩ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକ୍ରମ ସମୟରେ ଯେକୌଣସି ବିମାନ ବିପଦ, ସୁରକ୍ଷା ଉଲ୍ଲଂଘନ କିମ୍ବା ଦୁର୍ଘଟଣାକୁ ରୋକିବା ପାଇଁ ଉଦ୍ଦିଷ୍ଟ, ଯାହା ଚଳିତ ବର୍ଷ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *