Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଉତ୍ସବ ବାଲିଯାତ୍ରା ଏବେ ନବ ମାତ୍ରା ନେଇ ଆଗକୁ ଯାଉଛି। ପ୍ରଥମଥର ପାଇଁ କଟକ ପ୍ରଶାସନ ତରଫରୁ ଏହି ଉତ୍ସବ ପାଇଁ ଏକ ବିଶେଷ ମୁଖ୍ୟ ଗୀତ ତିଆରି କରାଯାଇଛି — ‘ଆମ ଐତିହାସିକ ବାଲିଯାତ୍ରା’।ଏହି ଗୀତ ଓଡ଼ିଶାର ପୁରାତନ ବାଣିଜ୍ୟ ଐତିହ୍ୟ, ସାଗରିକ ଗୌରବ ଓ ଲୋକସଂସ୍କୃତିକ ମହିମାକୁ ନବ ଦୃଷ୍ଟିକୋଣରେ ପ୍ରତିଫଳିତ କରିଛି।

ଗୀତର ଶବ୍ଦ ରଚନା କରିଛନ୍ତି ACP କୃଷ୍ଣଚନ୍ଦ୍ର ସେଠୀ, ଯିଏ ନିଜ ଶବ୍ଦ ମାଧ୍ୟମରେ ଓଡ଼ିଆ ମାଟି, ଐତିହ୍ୟ ଓ ଗରିମାକୁ ଜୀବନ୍ତ କରିଦେଇଛନ୍ତି।ଗୀତଟିର ସଙ୍ଗୀତ ନିର୍ଦ୍ଦେଶନ କରିଛନ୍ତି ବିକାଶ ଶୁକ୍ଲା, ଯେତେବେଳେ ସଙ୍ଗୀତ ସଜାଣା (Arrangement) କରିଛନ୍ତି ପ୍ରଫୁଲ୍ଲ ବେହେରା। ଗୀତଟିକୁ ଆକର୍ଷଣୀୟ ଓ ଉତ୍ସବମୟ ରୂପ ଦେଇଛନ୍ତି ଗାୟକମାନେ — ACP କୃଷ୍ଣଚନ୍ଦ୍ର ସେଠୀ, ACP ସତ୍ୟଜିତ ଦାସ, ଶୌଜନ୍ୟା ରଥ ଓ ବିଷ୍ଣୁ ମୋହନ କବି। ଏହି ସଙ୍ଗୀତ ପ୍ରକଳ୍ପର Creative Head ଭାବେ କାର୍ଯ୍ୟ କରିଛନ୍ତି ACP ଅମିତାଭ ମହାପାତ୍ର ଓ ସାଇ ସିଦ୍ଧାନ୍ତ ମିଶ୍ର, ଯାହାଙ୍କ ସୃଜନାତ୍ମକ ଭାବନା ଓ ସଂଗଠନ ଦୃଷ୍ଟିକୋଣ ଏହି ପ୍ରକଳ୍ପକୁ ଏକ ନୂତନ ଉଚ୍ଚତାକୁ ନେଇଛି।

ଗୀତଟିର ରେକର୍ଡିଂ ମିଲନ ଷ୍ଟୁଡିଓ, କଟକରେ ସମ୍ପନ୍ନ ହୋଇଛି।ଏହି ପ୍ରୟାସ ମାଧ୍ୟମରେ କଟକ ପ୍ରଶାସନ ବାଲିଯାତ୍ରାକୁ କେବଳ ଏକ ଉତ୍ସବ ନୁହେଁ, ବରଞ୍ଚ ଓଡ଼ିଶାର ଐତିହାସିକ ସ୍ଵାଭିମାନ ଓ ସାହିତ୍ୟିକ ସଂସ୍କୃତିର ଉତ୍ସବ ଭାବେ ପରିଚିତ କରିଛି।ଏହି ଗୀତ ଶୀଘ୍ର ଭିଡିଓ ରୂପେ ମୁକ୍ତି ପାଇବାକୁ ଯାଉଛି, ଯାହା ଓଡ଼ିଶାବାସୀଙ୍କ ମନେ ଗର୍ବ, ପ୍ରେରଣା ଓ ଐତିହ୍ୟ ପ୍ରତି ଭଲପାଇବାର ନବ ଅନୁଭବ ଜଗାଇବ।

Leave a Reply

Your email address will not be published. Required fields are marked *