ନ୍ୟୁଜ ଡେକ୍ସ: ଆଉ କେଇ ଘଣ୍ଟାର ଅପେକ୍ଷା । ତାପରେ ଆରମ୍ଭ ହେବ ବାରବାଟୀ ଲଢେଇ । ମୈଦାନରେ ଇଣ୍ଡିଆ-ଇଂଲଣ୍ଡର ମହାମୁକାବିଲା ଦେଖିବେ ଦର୍ଶକ, ଦେଖିବ ସାରା ବିଶ୍ବ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଗେଟରେ ଧିରେଧିରେ ଲୋକଙ୍କୁ ଛଡାଯାଉଛି ।
ସମସ୍ତେ ଟିମ୍ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ କଳାକୃତି କରି ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।ଏପଟେ ସକାଳୁ ସକାଳୁ କ୍ରିକେଟ ପ୍ରେମୀ ଇଣ୍ଡିଆ ଟିମ୍ ଜର୍ସି ପିନ୍ଧି ମୁହଁରେ ତ୍ରିରଙ୍ଗା ଆଙ୍କି ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଉତ୍ସାହିତ ଅଛନ୍ତି । ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା ହୋଇଛି। ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ଦେଖିବେ ମ୍ୟାଚ। ପାଖାପାଖି ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ତେଣୁ ଆଜି ବି ଟିମ୍ ଇଣ୍ଡିଆ ପାଇଁ ଭଲ ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି ।
