Thu. Feb 26th, 2026

ନ୍ୟୁଜ ଡେକ୍ସ :ବାଲେଶ୍ୱର ଲୋକସଭା ସଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଅବନତି ପରେ ତାଙ୍କୁ ଦିଲ୍ଲୀସ୍ଥିତ ଡା. ରାମମନୋହର ଲୋହିଆ (RML) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ମତାନୁସାରେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ସୂଚନା ଅନୁଯାୟୀ, ସଂସଦର ଚାଲିଥିବା ଅଧିବେଶନ ସମୟରେ ପ୍ରାୟ ୩ ଦିନ ପୂର୍ବରୁ ସେ ଥଣ୍ଡାଜନିତ ସମସ୍ୟାରେ ପୀଡ଼ିତ ହୋଇ ନିଶ୍ୱାସ–ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ।

ପରୀକ୍ଷା ପରେ ତାଙ୍କ ଛାତିରେ କଫ ଜମିଥିବା ଜଣାପଡ଼ିଥିଲା। ଏହା ପରେ ସତର୍କତାମୂଳକ ଭାବେ ତାଙ୍କୁ RML ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।ପ୍ରତାପ ଷଡ଼ଙ୍ଗୀଙ୍କ ଅସୁସ୍ଥତାର ଖବର ପାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ସହ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କୁ ଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଆସିବାକୁ ପ୍ରାର୍ଥନା କରିଛନ୍ତି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସହ ଅନ୍ୟ ନେତାମାନେ ମଧ୍ୟ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି।ପ୍ରତାପ ଷଡ଼ଙ୍ଗୀଙ୍କ ଅସୁସ୍ଥତାର ଖବର ପାଇବା ପରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଶୁଭେଚ୍ଛୁ, କର୍ମୀ ଓ ସାଧାରଣ ଲୋକମାନେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *