Thu. Oct 23rd, 2025

ନ୍ୟୁଜ ଡେକ୍ସ: ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର। କାନ୍ଦ ବୋବାଳିରେ ଫାଟି ପଡୁଛି ଉସାଣି ଗ୍ରାମ। ଶେଷ ଦର୍ଶନ ପାଇଁ ଏକାଠି ହେଲେ ଗ୍ରାମବାସୀ । ଏଭଳି ହୃଦୟ ବିଦାରକ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅଧିନ ଇସାଣି ଗ୍ରାମରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ଗତକାଲି ପ୍ରଶାନ୍ତଙ୍କ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା।ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମର ଶରୀର ବୁଧବାର ରାତି ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା। ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହ ଫେରିଛନ୍ତି। ଗତକାଲି ସ୍ୱତନ୍ତ୍ର ବିମାନରେ ଦିନ ୨. ୩୫ ମିନିଟରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା।

ନୂଆଦିଲ୍ଲୀରୁ ପୁଣି ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ଭୁବନେଶ୍ୱର ଆସିଛି। ମରଶରୀର ସହ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନ ଭାଇ ବସନ୍ତ ଶତପଥୀ, ଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ଓଡ଼ିଶା ଆସିଛନ୍ତି ।

Leave a Reply

Your email address will not be published. Required fields are marked *