Thu. Oct 23rd, 2025

ନ୍ୟୁଜ ଡେକ୍ସ : ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଅଘଟଣ । ଅଫିସ୍ ଭିତରେ ଖସିପଡିଲା ସିଲିଂ । ମେୟରଙ୍କ ଚାମ୍ବର ନିକଟରେ ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳେ କାର୍ଯ୍ୟାଳୟର ୟୁଜି ପ୍ଲୋର ସିଲିଂ ଖସି ପଡ଼ିଥିବା ଜଣାପଡ଼ିଛି । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି ।

ସେପଟେ ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି, ଏସି ପାଣି ଲାଗି ସିଲିଂ ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି ।ସୂଚନା ଅନୁଯାୟୀ, ୧୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳକୁ ଘେରି ରହିଥିବା ଛାତଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତେବେ ଏହି ଘଟଣାଟି ପ୍ରାୟ ୯ଟା ସମୟରେ ଘଟିଥିଲା।ଘଟଣା ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ ଛାତ ତଳେ ଥିବା ଫଲ୍ସ ସିଲିଂର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।

ତେବେ ଏସି ସିଷ୍ଟମରୁ ପାଣି ନିଷ୍କାସନ ଯୋଗୁଁ ଗଠନ ଦୁର୍ବଳ ହୋଇଥାଇପାରେ। ଯଦିଓ ବାର୍ଷିକ ରକ୍ଷଣାବେକ୍ଷଣ ନିୟମିତ ଭାବରେ କରାଯାଏ କିନ୍ତୁ ଚଳିତ ବର୍ଷ ମରାମତି ହେବା ପୂର୍ବରୁ ସିଲିଂ ଭୁଶୁଡ଼ି ପଡ଼ିଥିଲା। ତେବେ ବିଲ୍ଡିଂର କିଛି ହୋଇନାହିଁ। ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି।

Leave a Reply

Your email address will not be published. Required fields are marked *