Thu. Oct 23rd, 2025

ନ୍ୟୁଜ ଡେକ୍ସ: ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ପୂଜାରୀ କାଙ୍କେରସ୍ଥିତ ଜଙ୍ଗଲରେ ଗୁରୁବାର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସାଙ୍ଘାତିକ ମୁହାଁମୁହିଁ ସଂଘର୍ଷ ହୋଇଛି । ସୁରକ୍ଷା କର୍ମୀଙ୍କ ନିର୍ଘାତ ଗୁଳିମାଡ଼ରେ ୧୨ ନୁହେଁ ୧୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାର କରାଯାଇଛି।

ଗତ ଗୁରୁବାର ଦିନ ସୁକୁମା ବିଜାପୁର ସୀମାବର୍ତ୍ତୀ କାଂକେରଲଙ୍କା ଜଂଗଲରେ ଏନକାଉଣ୍ଟର ଘଟି ୧୨ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ଯବାନ। ତେବେ ଗତ ଗୁରୁବାର ଦିନ ହୋଇଥିବା ଏନକାଉଣ୍ଟରରେ ଦାମୋଦରର ମୃତ୍ୟୁ ହୋଇଥିବା ନେଇ ସ୍ଵୀକାର କରିଛି ମାଓ ସଂଗଠନ। ଟପ ମାଓ ନେତା ଦାମଦର ଥିଲେ ମାଓ ସଙ୍ଗଠନର ମାଓ କମାଣ୍ଡର, ଷ୍ଟେଟ କମ୍ମିଟି ମେମ୍ବର ଏବଂ ତେଲେଙ୍ଗାନା ଷ୍ଟେଟ କମ୍ମିଟି ମୁଖ୍ୟ । ତାଙ୍କ ମୁଣ୍ଡ ଉପରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୨ରେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟରରେ ୩ ସନ୍ଦିଗ୍ଧ ମାଓବାଦୀ ନିପାତ ହୋଇଥିଲେ । ଜାନୁଆରୀ ୯ରେ ସୁକମା ଜିଲ୍ଲାର ଆଉ ଏକ ଅପରେସନରେ ୩ ମାଓବାଦୀ ପ୍ରାଣ ହରାଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର ଅନ୍ତ ଘଟିବା ନେଇ ଜାନୁଆରୀ ୬ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ସରକାରଙ୍କ ନିଷ୍ପତ୍ତି ସ୍ୱରୂପ ସେବେଠାରୁ ମାଓ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ।

Leave a Reply

Your email address will not be published. Required fields are marked *