Thu. Oct 23rd, 2025
453684943

ନ୍ୟୁଜ ଡେକ୍ସ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଆଶ୍ବସ୍ତି ଆଣିଛି । ବିଜୁଳି ଓ ଘଡ଼ଘଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।ପ୍ରକାଶଥାଉକି, ଗୁରୁବାର ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା । ଆଜି ମଧ୍ୟ ବିଜୁଳି ଘଡଘଡି ସହିତ ଗଞ୍ଜାମ, ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ ଜିଲ୍ଲାରେ ବର୍ଷା ହେବା ନେଇ କୁହାଯାଇଛି । ଏହା ସହିତ 30ରୁ 40 କିଲୋମିଟର ବେଗରେ ପବନ ବୋହିବା ନେଇ ମଧ୍ୟ କୁହାଯାଇଛି ।

ଆସନ୍ତାକାଲି କାଳବୈଶାଖୀ ପାଇଁ ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ବିଜୁଳି, ଘଡ଼ଘଡ଼ି ଓ ପବନ ପାଇଁ ୧୮ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ୨୯ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି। ଏହାପରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ହୋଇପାରେ ।

453684943

Leave a Reply

Your email address will not be published. Required fields are marked *