Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଗୁରୁବାର ସଭାପତି ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । ବିଜେଡି ସଭାପତି ପଦ ପାଇଁ ନବୀନ ନାମାଙ୍କନ ଭରିବେ ବୋଲି ବିଜେଡି ସମନ୍ନୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଅନ୍ୟପକ୍ଷେ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବ‌େଳେ, ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି ।

ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି । ଅନୁଗୁଳ ଜିଲ୍ଲା ପାଇଁ ବିଜେଡି ସଭାପତି ହେଲେ ବ୍ରଜ ପ୍ରଧାନ । ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ପୁରୀ ପାଇଁ ଉମା ସାମନ୍ତରାୟ । ସେହିପରି ଜାଣନ୍ତୁ ଆଉ କେଉଁ ଜିଲ୍ଲାରେ କିଏ ହେଲେ ବିଜେଡି ସଭାପତି ।

Leave a Reply

Your email address will not be published. Required fields are marked *