ନ୍ୟୁଜ ଡେକ୍ସ: ମୁମ୍ବାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ। କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସରିଲା ସର୍ଭାଇକାଲ୍ ଆର୍ଥରାଇଟିସ୍ ଅପରେସନ୍। ସୂଚନା ଦେଲେ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ।
ଆସନ୍ତା ଦୁଇ ଦିନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବଜରଭେସନରେ ରହିବେ। ୨୧ ତାରିଖରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି। ଏନେଇ ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ସେ କହିଛନ୍ତି, ଏବେ ସେ ସୁସ୍ଥ ଅଛନ୍ତି । କଥା ବି ହେଉଛନ୍ତି । ଅସ୍ତ୍ରୋପଚାର ସଫଳ ହୋଇଛି। ଆଜି ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଛି। ସମସ୍ତଙ୍କ ସହିତ କଥା ହେଉଛନ୍ତି । ତାଙ୍କୁ ଆଗାମୀ ୫ ରୁ ୬ ଦିନ ମଧ୍ୟରେ ଡିସଚାର୍ଜ କରାଯିବ । ଏହା ପରେ ନବୀନ ଭୁବନେଶ୍ବର ଫେରିପାରନ୍ତି ବୋଲି ଆଶା କରାଯାଉଛି । ଏପଟେ ନବୀନଙ୍କ ଚିକିତ୍ସା ପାଇଁ ସକାଳୁ ବିଜେଡି ପକ୍ଷରୁ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ସମେତ ଅନ୍ୟ ବିଜେଡି କର୍ମୀ । ମନ୍ଦିରରେ ଏକ ବଡ ଘିଅ ଦୀପ ଜାଳିଥିଲେ ।
ଅନ୍ୟପକ୍ଷେ ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଛି ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି। ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ସେ ପଚାରିଲେ ସବୁ ଠିକ ଥିଲା ତ ।
ଆମେ କହିଲୁ ସବୁ ଠିକ ଅପରେସନ ହୋଇଛି। ବୟସ ବଢିଲେ ସର୍ଭାଇକାଲ୍ ଆର୍ଥରାଇଟିସ୍ ହୁଏ । ତାଙ୍କୁ କଷ୍ଟ ହେଉଥିଲା । ତାକୁ ସ୍କ୍ରୁ ଦେଇ ଫିସ୍କ କରାଗଲା । ଆଉ କଷ୍ଟ ହେବନି । ଆଗ ଆନାସ୍ଥେସିଆ ଦେଇ ସଫା କରାଯିବ । ଦୁଇ ଘଣ୍ଟା ଧରି ଅପରେସନ ହୋଇଥିଲା । ସର୍ଜରୀ ପରେ ଛୋଟ ଷ୍ଟିଚ୍ ପଡିଥିଲା । ୫ ରୁ ୭ ଦିନ ପରେ ଷ୍ଟିଚ୍ ଖୋଲିବ ବୋଲି କହିଛନ୍ତି ।
